ଚଳିତମାସ ଶେଷ ସପ୍ତାହ ସୁଦ୍ଧା ମ୍ୟାଟ୍ରିକ ଫଳ

ଭୁବନେଶ୍ୱର- ଚଳିତମାସ ଶେଷ ସପ୍ତାହ ବେଳକୁ ମ୍ୟାଟ୍ରିକ ଫଳ ପ୍ରକାଶ ପାଇବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ମ୍ୟାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ଠିକ୍ ଭାବେ କରାଯାଉଛି । ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । କୋରୋନାର ଦ୍ୱିତୀୟ ପ୍ରବାହକୁ ଦେଖି ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ସବୁ ଛାତ୍ରଛାତ୍ରୀଙ୍କୁ ପାସ୍ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ମୂଲ୍ୟାୟନ ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.