କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହରେ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର-ରାଜ୍ୟରେ କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେଥିପ୍ରତି ଦୃଷ୍ଟି ଦିଆଯାଇ ରାଜ୍ୟ ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ଶିଶୁଭବନରେ ସ୍ୱତନ୍ତ୍ର ଭାବେ କୋଭିଡ ବ୍ଲକ୍ କରିବା ପ୍ରସ୍ତାବ ମଧ୍ୟ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି ଯେ,ଶିଶୁମାନଙ୍କ ପାଇଁ ୧ ହଜାର ୬୧୦ ସାଧାରଣ ବେଡ୍ ଓ ୬୧୦ ଆଇସିୟୁ ବ୍ୟବସ୍ଥା ହୋଇଛି ।

ନକଲି ଔଷଧ କାରବାର ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ,୍ ଡ୍ରଗ୍ସ କଂଟ୍ରୋଲର ଓ ପୋଲିସକୁ ମିଳିତ ଭାବେ ଚଢାଇ କରିବାକୁ କୁହାଯାଇଛି । ଯେଉଁମାନେ ଏଥିରେ ଲିପ୍ତ ଥିବେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ।

Comments are closed.