ରଥଯାତ୍ରାର ରୋଚକ ତଥ୍ୟ : ତିନି ରଥର ପାର୍ଶ୍ଵ ଦେବତାଙ୍କ ବିଷୟରେ କିଛି ଜାଣିବା କଥା

ତିନି ରଥ ର ପାର୍ଶ୍ଵ ଦେବତା – ପୌରାଣିକ ଯୁଗରୁ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଆସୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା। ପ୍ରତିବର୍ଷ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ତିନି ଗୋଟି ରଥ ନିର୍ମାଣ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ର ପଦ୍ଧତି ରେ କରାଯାଇଥାଏ।

କିନ୍ତୁ ପ୍ରତି ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ଵ ଦେବତା ଙ୍କର ମୂର୍ତ୍ତି ନିର୍ମାଣ ପ୍ରତିଥର ହୋଇ ନଥାଏ। ଏହା କେବଳ ନବକଳେବର ବର୍ଷ ନିର୍ମିତ ହୋଇଥାଏ।

ରୂପକାର ସେବକ ମାନେ ନବକଳେବର ବର୍ଷ ତିନି ରଥ ର ସମୁଦାୟ ୨୭ ଗୋଟି ପାର୍ଶ୍ଵ ଦେଵ ଦେବି ଙ୍କ ମୂର୍ତ୍ତି ନିମ୍ବ କାଠରେ ନିର୍ମାଣ କରିଥାନ୍ତି।

ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ମୂର୍ତ୍ତି ଗୁଡିକୁ ଚିତ୍ରକାର ସେବକ ମାନେ ରଙ୍ଗ କରିଥାନ୍ତି। ଆବଶ୍ୟକ ପଡ଼ିଲେ ରୂପକାର ସେବକ ଙ୍କ ଦ୍ଵାରା ଏହି ମୂର୍ତ୍ତି ଗୁଡିକର ମରାମତି କାର୍ଯ୍ୟ କରାଯାଇଥାଏ।

ରଥଯାତ୍ରା ର ଠିକ ଦୁଇଦିନ ପୂର୍ବରୁ ଏହି ପାର୍ଶ୍ଵ ଦେବତା ଙ୍କୁ ସ୍ଵ ସ୍ଵ ରଥରେ ଅଧିଷ୍ଠିତ କରାଯାଇ ଥାଏ।

ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ

Comments are closed.