ନୋଭାଭାକ୍ସର କୋଭିଡ୍ ଟିକା ୯୦ ପ୍ରତିଶତ ପ୍ରଭାବୀ

ନ୍ୟୁୟର୍କ: ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ ନୋଭାଭକ୍ସ ସୋମବାର ଘୋଷଣା କରିଛି ଯେ ଏହାର କୋଭିଡ-୧୯ ଟିକା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଏହା ଭୂତାଣୁର ବିଭିନ୍ନ ଭାରିଆଣ୍ଟ୍ ରୁ ମଧ୍ୟ ସୁରକ୍ଷା ଯୋଗାଇବ।

ନୋଭାଭକ୍ସ ଟ୍ୱିଟ୍ କରି କହିଛି – ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ଏହି ଟିକାର ସାମଗ୍ରିକ ଫଳପ୍ରଦତା ୯୦ ପ୍ରତିଶତ ହୋଇଥିବାବେଳେ ଏହା ସାମାନ୍ୟ ଏବଂ ଗୁରୁତର ଲକ୍ଷଣ ରୋଗୀଙ୍କୁ ୧୦୦ ପ୍ରତିଶତ ସୁରକ୍ଷା ଯୋଗାଇଥାଏ।

ତୃତୀୟ ପର୍ଯ୍ୟାୟ ତଥ୍ୟ ପ୍ରକାଶ କରି ଏହି ଔଷଧ ନିର୍ମାତା କହିଛି ଯେ ନୋଭାଭାକ୍ସ ହେଉଛି ଏକ ନାନୋପାର୍ଟିକଲ୍ ପ୍ରୋଟିନ୍ ଆଧାରିତ କୋଭିଡ-୧୯ ଟିକା, ଯାହା ସାମାନ୍ୟ ଏବଂ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କୁ ଶତପ୍ରତିଶତ ସୁରକ୍ଷା ଯୋଗାଇଥାଏ | ଏହାର ଫଳପ୍ରଦତା ୯୦.୪% |

ନୋଭାଭାକ୍ସ ଏବେ ୨୦୨୧ର ତୃତୀୟ ତ୍ରୈମାସିକରେ ନିଜ ଟିକାର ବ୍ୟବହାର ପାଇଁ ଆମେରିକାର ଡ୍ରଗ୍ ରେଗୁଲେଟର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏଫଡିଜ) ନିକଟରେ ଆବେଦନ କରିବାକୁ ଯୋଜନା କରୁଛି।

Comments are closed.