ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ଦିନକରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୩ ହଜାର ୪୦୫ ନୂଆ ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୧ ହଜାର ୯୪୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦, ଯାଜପୁରରୁ ୩୯୧, ବାଲେଶ୍ୱରରୁ ୨୯୬,କଟକରୁ ୨୩୦, ମୟୂରଭଞ୍ଜରୁ ୧୮୭, ଅନୁଗୁଳରୁ ୧୮୩, ଭଦ୍ରକରୁ ୧୭୯, ପୁରୀରୁ ୧୪୧, ଜଗତସିଂହପୁରରୁ ୧୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଂଟାରେ ଅବଶିଷ୍ଟ ଜିଲ୍ଲାଗୁଡିକରେ କୋରୋନା ସଂକ୍ରମଣ ସଂଖ୍ୟା ଦୁଇଅଙ୍କରେ ରହିଛି । ନୟାଗଡରୁ ୯୭, କେନ୍ଦୁଝରରୁ ୮୯, ନବରଙ୍ଗପୁରରୁ ୮୩, କେନ୍ଦ୍ରାପଡାରୁ ୭୩, ମାଲକାନଗିରିରୁ ୭୨, ବରଗଡରୁ ୬୬, କୋରାପୁଟରୁ ୬୩, ବୌଦ୍ଧରୁ ୫୯, ଗଜପତିରୁ ୫୮, କନ୍ଧମାଳରୁ ୫୫, ଢେଙ୍କାନାଳରୁ ୫୪, କଳାହାଣ୍ଡିରୁ ୫୪, ସୁନ୍ଦରଗଡରୁ ୪୮, ରାୟଗଡାରୁ ୪୫, ସମ୍ବଲପୁରରୁ ୩୮, ଗଞ୍ଜାମରୁ ୩୬, ନୂଆପଡାରୁ ୨୮ ଓ ସୋନପୁରରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାବତ ୮ ଲକ୍ଷ ୫୯ ହଜାର ୫୨୬ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୮ ଲକ୍ଷ ୪ ହଜାର ୯୮୧ ସୁସ୍ଥ ହୋଇସାରିଛନ୍ତି । ୫୧ ହଜାର ୧୦୪ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.