ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ, ୧୭ଟି ଜିଲ୍ଲାରେ ବଢିଲା କୋହଳ ସମୟସୀମା, ଜୁଲାଇ ପହିଲା ଯାଏଁ ଲକଡାଉନ୍ ଜାରି

ଭୁବନେଶ୍ୱର- ରାଜ୍ୟ ସରକାର ନୂଆ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ କୋଭିଡ କଟକଣା କୋହଳ କରାଯାଇଛି । ଦକ୍ଷିଣ ଓ ପଶ୍ଚିମ ଓଡିଶାର ୧୭ଟି ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି । ଏଥିସହିତ ଜୁଲାଇ ପହିଲା ଯାଏଁ ଆଂଶିକ ଲକଡାଉନ ଜାରି ରହିବ ।

ଦକ୍ଷିଣ ଓ ପଶ୍ଚିମ ଓଡିଶାର ୧୭ଟି ଜିଲ୍ଲାରେ କଟକଣା କୋହଳ କରାଯାଇଛି । ଏସବୁ ଜିଲ୍ଲାଗୁଡିକରେ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲାରହିବ । ସପିଂ ମଲ୍‌, ସ୍କୁଲ ଓ ସିନେମା ହଲ୍ ବନ୍ଦ ରହିବ ।

ବାକି ୧୩ଟି ଜିଲ୍ଲାରେ କଟକଣା ଟିକେ କଡାକଡି କରାଯାଇଛି । ଉପକୂଳ ଜିଲ୍ଲାଗୁଡିକରେ ଦୋକାନବଜାର ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ । ରାଜ୍ୟର ସବୁ ମିଠା ଦୋକାନ ମଧ୍ୟ ଖୋଲା ରହିବ । ଜୁଲାଇ ପହିଲା ଯାଏଁ ସବୁ ସ୍କୁଲ୍ ବନ୍ଦ ରହିବ ।

Comments are closed.