ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ସ୍ଥିର, ଦିନକରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୬୩୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୯୬ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୬୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୫, କଟକରୁ ୪୩୮, ଯାଜପୁରରୁ ୩୦୫, ବାଲେଶ୍ୱରରୁ ୨୬୨, ଅନୁଗୁଳରୁ ୨୦୪, ପୁରୀରୁ ୧୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରୁ ୧୭୮, କେନ୍ଦ୍ରାପଡାରୁ ୧୨୦, ଢେଙ୍କାନାଳରୁ ୧୧୪, ମୟୂରଭଞ୍ଜରୁ ୧୧୨, ନବରଙ୍ଗପୁରରୁ ୧୦୮, ନୟାଗଡରୁ ୧୦୬,ଜଗତସିଂହପୁରରୁ ୯୨, ବୌଦ୍ଧରୁ ୮୪, ସୁନ୍ଦରଗଡରୁ ୮୩, ରାୟଗଡାରୁ ୭୯, କୋରାପୁଟରୁ ୮୦, କେନ୍ଦୁଝରରୁ ୬୮, ମାଲକାନଗିରିରୁ ୫୬, ବରଗଡରୁ ୫୦, ସୋନପୁରରୁ ୫୦, କନ୍ଧମାଳରୁ ୪୮, କଳାହାଣ୍ଡିରୁ ୪୧, ସମ୍ବଲପୁରରୁ ୩୭, ବଲାଙ୍ଗିରରୁ ୩୬,ଦେବଗଡରୁ ୨୮, ଗଞ୍ଜାମରୁ ୨୭, ଝାରସୁଗୁଡାରୁ ୧୯, ନୂଆପଡାରୁ ୧୯ ଓ ଗଜପତି ରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.