କରୋନା ଅପଡେଟ୍‌: କ୍ରମାଗତ ଦଶମ ଦିନ ଲକ୍ଷେରୁ କମ୍ ସଂକ୍ରମଣ, ଆଉ ୬୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୨୩୩୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୭,୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆଉ ୨୩୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ କରୋନାରୁ ଦିନକରେ ୧ ଲକ୍ଷ ୩ ହଜାର ୫୭୦ ଲୋକ ସୁସ୍ଥ ହୋଇଛନ୍ତି । ଯଦିଓ ଗତକାଲି ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି, ତଥାପି ଦ୍ୱିତୀୟ ଲହରୀ ପ୍ରକୋପ ଶିଥିଳ ପଡ଼ିଛି । ଗତକାଲି ଦେଶରେ ୬୨,୨୨୪ ମାମଲା ରିପୋର୍ଟ ହୋଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏଯାବତ୍ ମୋଟ ୨ କୋଟି ୯୭ ଲକ୍ଷ ୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରୁ ବର୍ତ୍ତମାନ ସୁଦ୍ଧା ୨ କୋଟି ୮୪ ଲକ୍ଷ ୯୧ ହଜାର ୬୭୦ ଲୋକ ସୁସ୍ଥ ହୋଇଛନ୍ତି । କୋଭିଡ୍‌ରେ ଏଯାବତ୍ ୩ ଲକ୍ଷ ୮୧ ହଜାର ୯୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଭାରତରେ ୮ ଲକ୍ଷ ୨୬ ହଜାର ୭୪୦ ସକ୍ରିୟ ରୋଗୀ ଅଛନ୍ତି । ଜୁନ୍ ୧୬ ସୁଦ୍ଧା ଦେଶରେ ୨୫ କୋଟି ୫୫ ଲକ୍ଷ କରୋନା ଭାକ୍ସିନ୍ ଦିଆଯାଇଛି ।

Comments are closed.