ଉପକୂଳରେ ସଂକ୍ରମଣ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ଫୋକସ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ପଶ୍ଚିମ ଓଡିଶାରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଲା ପରେ ଉପକୂଳକୁ ଅଧିକ ଫୋକସ କରାଯାଉଛି । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଘର ଘର ବୁଲି ବ୍ୟାପକ ସର୍ଭେ କରାଯିବ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏଥିପାଇଁ ଜିଲ୍ଲାପାଳ, ଅଫିସର ସଜାଗ ରହିଥିବା ସେ କହିଛନ୍ତି । ଆଜି ୧୮ଟି ଜିଲ୍ଲାରେ ଦୁଇ ଅଙ୍କକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ବାକି ଜିଲ୍ଲାରେ ସଂକ୍ରମଣ ହ୍ରାସ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ହାରାହାରି ୬ ପ୍ରତିଶତ ରହୁଛି ସଂକ୍ରମଣ ହାର । ଯେଉଁ ଜିଲ୍ଲାରେ ଅଧିକ ରହୁଛି, ଏହି ମାସ ଶେଷ ସୁଦ୍ଧା ସେଠାରେ ସଂକ୍ରମଣ କମିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.