ଗାୟିକା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର- କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । କୋରୋନାରୁ ସୁସ୍ଥ ହେବା ପରେ କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଚିକିତ୍ସିତ ହେଉଛନ୍ତି ଗାୟିକା । ତେବେ ଗତ କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ତପୁଙ୍କ ଭଉଣୀ ଧୃତି ଦୀପା କହିଛନ୍ତି । କୋଲକାତା କିମ୍ବା ଚେନ୍ନାଇରେ ତାଙ୍କ ଚିକିତ୍ସା କରାଯାଇପାରିଲେ ସେ ସୁସ୍ଥ ହୋଇଯିବେ ବୋଲି ତପୁଙ୍କ ଭଉଣୀ କହିଛନ୍ତି ।

Comments are closed.