ରାଜ୍ୟରେ ୩ ହଜାର ୮୦୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଚାରି ହଜାର ତଳକୁ ହିଁ ରହିଛି । ଗତ ୨୪ ଘଂଟାରେ ୩ ହଜାର ୮୦୬ ନୂଆ ମାମଲା ଆସିଛି । ସଙ୍ଗରୋଧରୁ ୨ ହଜାର ୧୭୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୬୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ ୩୪୬, ବାଲେଶ୍ୱରରୁ ୨୨୦, ପୁରୀରୁ ୨୦୦, ଅନୁଗୁଳରୁ ୧୭୫, ଭଦ୍ରକରୁ ୧୫୮, ମୟୂରଭଞ୍ଜରୁ ୧୫୯, କେନ୍ଦ୍ରାପଡାରୁ ୧୪୫, ନୟାଗଡରୁ ୧୩୪, ଜଗତସିଂହପୁରରୁ ୧୩୦, ସୁନ୍ଦରଗଡରୁ ୧୧୯, ରାୟଗଡାରୁ ୧୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରୁ ୮୮, କେନ୍ଦୁଝରରୁ ୮୧, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ବରଗଡରୁ ୫୮, ଗଜପତିରୁ ୪୫, ସମ୍ବଲପୁରରୁ ୪୫, ଢେଙ୍କାନାଳରୁ ୪୩, କଳାହାଣ୍ଡିରୁ ୪୩, ସୋନପୁରରୁ ୩୬, ଗଞ୍ଜାମରୁ ୩୬, ବୌଦ୍ଧରୁ ୩୫, କନ୍ଧମାଳରୁ ୩୪, ନୂଆପଡାରୁ ୩୧, ଦେବଗଡରୁ ୩୦, ବଲାଙ୍ଗିରରୁ ୨୮, ଝାରସୁଗୁଡାରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ୮ ଲକ୍ଷ ୭୦ ହଜାର ୪୯୮ କୋରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଏଥିରୁ ୮ ଲକ୍ଷ ୨୩ ହଜାର ୫୯୯ ସୁସ୍ଥ ହୋଇସାରିଲେଣି । ୪୩ ହଜାର ୩୩୮ ଚିକିତ୍ସାଧୀନ ଅଛନ୍ତି ।

Comments are closed.