ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆରମ୍ଭରେ ବିଳମ୍ବ, ବର୍ଷା ଧୋଇନେଲା ପ୍ରଥମ ସେସନ୍

ସାଉଥମ୍ପଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଆରମ୍ଭରୁ ବର୍ଷା ବାଧକ ସାଜିଛି । ପ୍ରଥମ ଦିନର ପ୍ରଥମ ସେସନ୍ ଧୋଇ ହୋଇଯାଇଛି । ଆଜି ସକାଳୁ ସାଉଥମ୍ପଟନରେ ଲଗାଣ ବର୍ଷା ଜାରି ରହିଛି । ଏପରିକି ଟସ୍ ବି ସମ୍ଭବ ହୋଇନାହିଁ । ଫଳରେ ପ୍ରଥମ ସେସନର ଖେଳ ବାତିଲ ହୋଇଯାଇଛି ।

ଏହି ମ୍ୟାଚ୍ ପାଇଁ ଗୋଟିଏ ରିଜର୍ଭ ଦିବସ ରଖାଯାଇଛି । ଯଦି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଡ୍ର କିମ୍ବା ପାଇଁ ହୁଏ ତେବେ ଉଭୟ ଦଳକୁ ବିଜେତା ଘୋଷଣା କରାଯିବ ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଭାରତ ଗୁରୁବାର ତାର ଏକାଦଶ ଘୋଷଣା କରିଥିଲା । ଭାରତୀୟ ଦଳ ତିନି ପେସର ଓ ଦୁଇ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇବ ।

Comments are closed.