ରାଜ୍ୟର ଶ୍ରେଷ୍ଠ ୬ଟି ସରକାରୀ ଆଇଟିଆଇକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡିଶାର ୬ଟି ସରକାରୀ ଆଇଟିଆଇ ସ୍ଥାନ ପାଇଛନ୍ତି । ବ୍ରହ୍ମପୁର, ହିଞ୍ଜିଳିକାଟୁ, କଟକ, ଝାରସୁଗୁଡା, ପୁରୀ ଓ ଯାଜପୁର ଆଇଟିଆଇ କୌଶଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି ଟପ୍ ୧୦୦ ଆଇଟିଆଇ ମଧ୍ୟରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଓଡିଶାରେ ଯୁବକମାନଙ୍କୁ ଆଗେଇ ନେବା ଉଦ୍ଦେଶ୍ୟରେ ଏକ ଉନ୍ନତ କୌଶଳଭିତ୍ତିକ ଇକୋସିଷ୍ଟମ ପାଇଁ ଅନବରତ ପ୍ରୟାସ ସଫଳ ହେବାରେ ଲାଗିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.