ମିଲଖା ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ମହାନ ଧାବକ ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫ୍ଲାଇଂ ଶିଖ୍ ପିଢି ପିଢି ଧରି କ୍ରୀଡାବିତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଲଖାଙ୍କ ଶୋକସନ୍ତପ୍ତ ପରିବାର, ବନ୍ଧୁବର୍ଗ ଓ ଶୁଭେଚ୍ଛୁଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.