ରାଜ୍ୟ କୋରୋନା ଅପଡେଟ୍ : ଦିନକରେ ୩୪୨୭ ପଜିଟିଭ ଚିହ୍ନଟ, ୧୯ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କରେ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ହଜାର ୪୨୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୯୫୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩, କଟକରୁ ୩୯୬, ଯାଜପୁରରୁ ୨୮୫, ବାଲେଶ୍ୱରରୁ ୨୬୧, ପୁରୀରୁ ୨୧୭, ମୟୂରଭଞ୍ଜରୁ ୧୬୨, ନୟାଗଡରୁ ୧୪୨, ଭଦ୍ରକରୁ ୧୩୯, ଅନୁଗୁଳରୁ ୧୩୮, କେନ୍ଦ୍ରାପଡାରୁ ୧୧୧, ଜଗତସିଂହପୁରରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଂଟାରେ ରାଜ୍ୟର ୧୯ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କରେ ରହିଛି । ରାୟଗଡାରୁ ୯୪, ସୁନ୍ଦରଗଡରୁ ୭୮, ଢେଙ୍କାନାଳରୁ ୭୮, କୋରାପୁଟରୁ ୭୨, ନବରଙ୍ଗପୁରରୁ ୬୦, ବରଗଡରୁ ୫୨, କେନ୍ଦୁଝରରୁ ୪୭, କନ୍ଧମାଳରୁ ୪୧, ବଲାଙ୍ଗିରରୁ ୪୦, ମାଲକାନଗିରିରୁ ୩୮, କଳାହାଣ୍ଡିରୁ ୩୫, ସମ୍ବଲପୁରରୁ ୩୨, ବୌଦ୍ଧରୁ ୩୧, ସୋନପୁରରୁ ୩୦, ଗଜପତିରୁ ୨୭ ଗଞ୍ଜାମରୁ ୨୬, ଦେବଗଡରୁ ୨୨, ନୂଆପଡାରୁ ୨୦ ଓ ଝାରସୁଗୁଡାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୮ ଲକ୍ଷ ୨୯ ହଜାର ୮୫୧ ସୁସ୍ଥ ହୋଇସାରିଛନ୍ତି । ୪୦ ହଜାର ୪୭୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.