ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଟଙ୍କା ଉଠାଣରେ କଟକଣା

ନୂଆଦିଲ୍ଲୀ – ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ଡିସେମ୍ବର ୧୬ ଯାଏ ଏହି ବ୍ୟାଙ୍କ୍ ରୁ ଦୈନିକ କେବଳ ୨୫ ହଜାର ଟଙ୍କା ଉଠାଯାଇପାରିବ । ବ୍ୟାଙ୍କର ପୁଞ୍ଜି ହ୍ରାସ ପାଉଥିବାରୁ ରିଜର୍ଭ ବ୍ୟାଙ୍କ୍ ତରଫରୁ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ମୋରାଟୋରିୟମ୍ ଲଗାଯାଇଛି ।

ଗତ ତିନି ବର୍ଷରେ ଲକ୍ଷ୍ମୀବିଳାସ ବ୍ୟାଙ୍କ୍ର ବିତ୍ତୀୟ ସ୍ଥିତି ଦୁର୍ବଳ ହୋଇପଡିଛି । ବ୍ୟାଙ୍କର ଡିପୋଜିଟ୍ ତୁଳନାରେ ଲିକ୍ୱିଡିଟି ହ୍ରାସ ପାଇଛି । ଏହାଛଡ଼ା ଲକ୍ଷ୍ମୀବିଳାସ ବ୍ୟାଙ୍କର ଅନାଦେୟ ଋଣ (ଏନପିଏ) ମଧ୍ୟ ବଢିଚାଲିଛି । ଏହି ସବୁ ସମସ୍ୟାର ସମଧାନ ଦିଗରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ କୌଣସି ଆଗ୍ରହ ଦେଖାଉନଥିବାରୁ ରିଜର୍ଭ ବ୍ୟାଙ୍କ୍ ନିଜଆଡୁ ପଦକ୍ଷେପ ଗ୍ରହଣ କରିଛି । ଲକ୍ଷ୍ମୀବିଳାସ ବ୍ୟାଙ୍କ୍ର ବିତ୍ତୀୟ ସ୍ଥିତିରେ ଉନ୍ନତି ଘଟୁନଥିବାରୁ ଏହାକୁ ଏକ ବଡ଼ ବ୍ୟାଙ୍କ୍ ସହ ମିଶ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ୍ ନିଷ୍ପତ୍ତି ନେଇଛି । ଲକ୍ଷ୍ମୀବିଳାସ ବ୍ୟାଙ୍କ୍ର ବିତ୍ତୀୟ ସ୍ଥିତି ସୁଧୁରିଲେ ଏହା  ଉପରୁ ମୋରାଟୋରିୟମ୍ ଉଠାଯିବ ବୋଲି ରଜର୍ଭ ବ୍ୟାଙ୍କ୍ ତରଫରୁ କୁହାଯାଇଛି ।

Comments are closed.