ଶ୍ରୀ ଜଗନ୍ନାଥ ସଂସ୍କୃତି ହେଉଛି ସ୍ମାର୍ତ୍ତ ମତରେ ପଞ୍ଚ ଉପାସନାର ସଂସ୍କୃତି। ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ପରମ୍ପରା ସମ୍ମିଳିତ ଭାବରେ ଏହି ବୈଷ୍ଣବୀୟ ସଂସ୍କୃତି କୁ ପୃଷ୍ଠ କରିଛନ୍ତି। ଏସବୁ ଦୃଷ୍ଟିରୁ ବିଚାର କଲେ ରତ୍ନସିଂହାସନ ରେ ଶୈବ ସଂସ୍କୃତିର ପ୍ରତିନିଧି ଭାବରେ ଶ୍ରୀବଳଭଦ୍ର ଯେପରି ବିରାଜିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରେ ବଡ଼ଦାଣ୍ଡରେ ଗଡୁଥିବା ତାଳଧ୍ଵଜ ରଥ ମଧ୍ୟ ସେହିପରି ଅତ୍ୟନ୍ତ ବୈଶିଷ୍ଟ୍ୟ ପୂର୍ଣ୍ଣ।
ତାଳଧ୍ଵଜ ରଥର ପ୍ରତ୍ୟେକ ଟି ଅଂଶରେ ଜଣେ ଜଣେ ଋଷି ମୁନି ଓ ଦେବତା ବିରାଜିତ। ଯେଉଁଥି ପାଇଁ ଏଠାରେ କୁହାଯାଇଛି ରଥ ବି ଦେବତା ରଥୀ ମଧ୍ୟ ଦେବତା । ପାବନ ଘୋଷ ଯାତ୍ରା ରେ ଦେବତା ବୃନ୍ଦ ମହାପ୍ରଭୁଙ୍କୁ ସେବାପ୍ରଦାନ କରିବା ପାଇଁ ନିଜକୁ ରଥର ବିଭିନ୍ନ ଅଙ୍ଗ ଭାବରେ ରୂପାନ୍ତରିତ କରିଥାନ୍ତି।
ତାଳଧ୍ଵଜ ରଥର ରଥୀ ହେଉଛନ୍ତି ବଡ଼ଠାକୁର ବଳଭଦ୍ର। ତାଙ୍କ ଦୁଇ ପାର୍ଶ୍ଵରେ ଉପବେଶନ କରନ୍ତି ଚଳନ୍ତି ବିଗ୍ରହ ରାମ ଏବଂ କୃଷ୍ଣ। ରଥର ଗର୍ଭ ରେ ରୁହନ୍ତି ନୃସିଂହ। ଏହି ରଥର ସାରଥୀ ହେଉଛନ୍ତି ମାତଳି। ରଥ ର ରଜ୍ଜୁ ବା ଦଉଡି ହେଉଛନ୍ତି ସ୍ୱୟଂ ବାସୁକୀ ନାଗ। ଲୋହିତ ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଇଥାଏ। ଶ୍ରୀବଳଭଦ୍ର ଙ୍କ ରୂପକାନ୍ତି ଧବଳ ବର୍ଣ୍ଣ ଥିବାବେଳେ ରଥରେ ଯୋଖା ଯାଉଥିବା ଅଶ୍ୱ ଚାରୋଟି ଙ୍କ ବର୍ଣ୍ଣ ହେଉଛି କଳା।ଏହି ଅଶ୍ୱ ମାନେ ହେଉଛନ୍ତି ୧. ତୀବ୍ର ୨.ଘୋର ୩.ଦୀର୍ଘଶ୍ରମ ୪.ସ୍ବର୍ଣ୍ଣନାଭ। ରଥର ଶୀର୍ଷରେ ଲାଗୁଥିବା ଦଧିନଉତି ର ନାମ ହୀରଣ୍ମୟୀ। ଧ୍ୱଜପମୁର୍ତି ହେଉଛନ୍ତି ଲଷ୍ମୀନୃସିଂହ।ରଥ ଶୀର୍ଷରେ ଉଡୁଥିବା ନେତ ର ନାମ ଉନ୍ମନୀ।
ତାଳଧ୍ଵଜ ରଥ ରେ ସମୁଦାୟ ନଅ ଜଣ ପାର୍ଶ୍ଵ ଦେବତା ରଥର ଶୋଭା ବର୍ଦ୍ଧନ କରିଥାନ୍ତି। ସେହି ନଅ ଜଣ ପାର୍ଶ୍ଵ ଦେବତା ହେଉଛନ୍ତି ୧.ପ୍ରଲମ୍ବାରି ୨.ନୃତ୍ୟଗଣେଶ ୩.ନାଟାମ୍ବର ୪.ଅନନ୍ତ ବାସୁଦେବ ୫.ସ୍କନ୍ଦ ୬.ଗଜାନ୍ତକ ୭.ତ୍ରିପୁରାରୀ ୮.ହରିହର ଓ ୯.ନୃସିଂହ। ଏହି ସମସ୍ତ ଦେବତା ଙ୍କ ଉପସ୍ଥିତି ରଥକୁ ସ୍ୱୟଂ ଦେଵତାରେ ପରିଣତ କରିଥାଏ। କ୍ରମଶଃ ..….
ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ