ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟିକାକରଣ, ଡାକ୍ତର,ନର୍ସ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟିକାକରଣ ହୋଇଛି । ଏଥିପାଇଁ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଟିକାକରଣ ଓ ମାସ୍କ ପରିଧାନ ନେଇ ସଚେନତନତାକୁ ଆହୁରି ବ୍ୟାପକ କରିବା ଏବଂ ନିଜ ତଥା ନିଜ ପରିବାର ସହ ସାରାଦେଶକୁ କୋଭିଡ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଛନ୍ତି ନବୀନ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜୁନ ୨୧ ତାରିଖରୁ କେନ୍ଦ୍ରର ନୂଆ ଟିକାକରଣ ନୀତି ଆରମ୍ଭ ହୋଇଛି । ଆଉ ଓଡିଶା ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ ରଖିବା ସହ କ୍ୟାଂପେନ ମୋଡରେ ଆରମ୍ଭ କରିଛି ଟିକାକରଣ ।

Comments are closed.