ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ: ଟସ୍ ହାରି ଭାରତର ବ୍ୟାଟିଂ

ସାଉଥମ୍ପଟନ: ବର୍ଷା ଯୋଗୁଁ ପ୍ରଥମ ଦିନ ଧୋଇ ହୋଇଯିବା ପରେ ଶେଷରେ ଆରମ୍ଭ ହୋଇଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ । ନ୍ୟୁଜିଲାଣ୍ଡ କ୍ୟାପଟେନ କେନ୍ ଓ୍ବିଲିୟମସନ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଗୋଟିଏ ରିଜର୍ଭ ଦିବସ ରଖାଯାଇଛି । ପ୍ରଥମ ଦିନରେ ଖେଳ ସମ୍ଭବ ହୋଇପାରିନଥିଲେ ମଧ୍ୟ ମ୍ୟାଚ୍ ପାଞ୍ଚ ଦିନ ହେବ । ଯଦି ମ୍ୟାଚ୍ ଡ୍ର କିମ୍ବା ଟାଇ ହୁଏ ତେବେ ଉଭୟ ଦଳକୁ ବିଜେତା ଘୋଷଣା କରାଯିବ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଚୂଡାନ୍ତ ଭାରତୀୟ ଦଳରେ ୫ ବୋଲରଙ୍କୁ ସ୍ଥାନ ଦିଆଯାଇଛି । ଚୂଡାନ୍ତ ଦଳରେ ତିନି ପେସର ଓ ଦୁଇ ସ୍ପିନରଙ୍କୁ ସ୍ଥାନ ମିଳିଛି ।

Comments are closed.