କାଲିଠାରୁ ରାଜ୍ୟରେ ବ୍ୟାପକ ହେବ କୋଭିଡ ଟିକାକରଣ, ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତାକାଲିଠାରୁ ଟିକାକରଣ ତ୍ୱରାନ୍ୱିତ ହେବ । କେନ୍ଦ୍ର ସରକାରଙ୍କ ନୂଆ ନୀତି ଅନୁସାରେ ହେବେ ଟିକାକରଣ । ପ୍ରତିଦିନ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କାଲିଠାରୁ ରାଜ୍ୟର ସବୁ ବ୍ଲକ ଓ ମ୍ୟୁନିସିପାଲିଟିରେ କ୍ୟାମ୍ପେନ ମୋଡରେ ଟିକାକରଣ କରାଯିବ ।

ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଇଥିବା ଟିକା ଲୋକମାନଙ୍କୁ ଦିଆଯିବ ।ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ଏନଏସିରେ ୫ଟି ଲେଖାଏଁ ସେସନ, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏ ନେଇ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Comments are closed.