ରଥଯାତ୍ରା ର ରୋଚକ ତଥ୍ୟ- ଆଜି ଜାଣିବା ଦର୍ପଦଳନ ରଥର ସାରଥୀ ଓ ପାର୍ଶ୍ଵଦେଵତାଙ୍କ ବିଷୟରେ କିଛି କଥା

ସୃଷ୍ଟିର ସମସ୍ତ ଶୁଭର ଭାବ ଯାହାଙ୍କ ଠାରେ ବିଦ୍ୟମାନ ସେ ହେଉଛନ୍ତି ଦେବୀ ସୁଭଦ୍ରା। ବୈଦିକ ସାହିତ୍ୟରେ ବର୍ଣ୍ଣିତ ଏକନଂଶା ଦେବୀଙ୍କ ପରବର୍ତ୍ତୀ ସ୍ୱରୂପ ହିଁ ସୁଭଦ୍ରା। ଏକନଂଶା ଶବ୍ଦର ଅର୍ଥ ହେଉଛି ‘ବ୍ରହ୍ମମାୟା’। ବ୍ରହ୍ମଙ୍କ ଅବିଛିର୍ଣ୍ଣ ଅଙ୍ଗ ହେତୁ ସିଏ ଜୀବାତ୍ମାର ଗତି ନିୟନ୍ତ୍ରଣକାରୀ।ପ୍ରକୃତି ସ୍ୱରୂପିଣୀ।

ପବିତ୍ର ଘୋଷଯାତ୍ରା ରେ ଦେବୀ ସୁଭଦ୍ରା ଯିଏକି ସମସ୍ତ ଗୁଣମୟୀ ତାଙ୍କ ରଥର ବୈଶିଷ୍ଠ ସ୍ବତନ୍ତ୍ର। ଏହା ଜୀବ ଓ ପରମଙ୍କ ମିଳନର ଦ୍ୱତକ। ଏହି ରଥର ନାମ ଦର୍ପଦଳନ ହୋଇଥିବା ବେଳେ ରଥର ସାରଥି ହେଉଛନ୍ତି ଅର୍ଜୁନ। ଦର୍ପଦଳନ ରଥର ରଜ୍ଜୁ ବା ଦଉଡି ହେଉଛନ୍ତି ସ୍ଵର୍ଣଚୁଡା ସର୍ପ। ଧ୍ୱଜପମୂର୍ତ୍ତି ସ୍ୱୟଂ ଜୟ ଦୁର୍ଗା। ରଥର ଆବରଣ ର ରଙ୍ଗ ଲୋହିତ ଏବଂ କଳା ରଙ୍ଗର ବସ୍ତ୍ରରେ ସଜ୍ଜିତ। ରଥ ଉର୍ଦ୍ଧ୍ବ ରେ ଉଡୁଥିବା ନେତ ର ନାମ ‘ନାଦାମ୍ବିକା’ । ଦେବୀ ସୁଭଦ୍ରା ସ୍ୱୟଂ ଯୋଗମାୟା। ତେଣୁ ବ୍ରହ୍ମଦର୍ଶନ ପୂର୍ବରୁ ଅରୁଣ କାନ୍ତିଯୁକ୍ତ ତାଙ୍କର ଆଗମନ। ଯେଉଁଥି ପାଇଁ ଅରୁଣଵର୍ଣ୍ଣ ଅଶ୍ୱଖଚିତ ରଥରେ ତାଙ୍କର ଯାତ୍ରା। ଅରୁଣବର୍ଣ୍ଣ ଏହି ଚାରୋଟି ଅଶ୍ୱର ନାମ ୧.ରୋଚିକା ୨.ମୋଚିକା ୩.ଜିତା ଏବଂ ୪. ଅପରାଜିତା।

ଦର୍ପଦଳନ ରଥର ପାର୍ଶ୍ଵଦେଵତା ଭାବରେ ନଅ ଜଣ ଦେବୀ ବିଦ୍ୟମାନ କରିଥାନ୍ତି। ସେହି ନଅ ଜଣ ପାର୍ଶ୍ଵଦେବୀ ହେଉଛନ୍ତି ଯଥାକ୍ରମେ ୧.ବିମଳା ୨.ଚାମୁଣ୍ଡା ୩.ଭଦ୍ରକାଳୀ ୪.ହରଚଣ୍ଡିକା ୫.ମଙ୍ଗଳା ୬.ବାରାହୀ ୭.କାତ୍ୟାୟନୀ ୮.ଜଯଦୁର୍ଗା ଏବଂ ୯. କାଳୀ। କ୍ରମଶଃ ….

ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ

Comments are closed.