୨୦୨୦ – ୨୧ ଖରିଫ୍ ବିପଣନ ଋତୁରେ ଖରିଫ ଧାନ ଓ ରବିଧାନ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧୁକ ଧାନ ସଂଗ୍ରହ ହୋଇଛି : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ୨୦୨୦ – ୨୧ ଖରିଫ୍ ବିପଣନ ଋତୁରେ ଅଦ୍ୟାବଧୂ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବି ଋତୁରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇ ଆଜି ସୁଦ୍ଧା ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ସେହିପରି ୨୦୨୦ – ୨୧ରେ ୬୨ ଲକ୍ଷ ୯୩ ହଜାର ମେଟ୍ରିକ୍ ଟନ୍ ଖରିଫ୍ ଧାନ ସଂଗ୍ରହ କରାଯାଇଛି । ଚଳିତ ଖରିଫ୍ ବିପଣନ ଋତୁରେ ରାଜ୍ୟ ସରକାର ମୋଟ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଖରିଫ ଓ ରବିଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ୨୦୧୯ – ୨୦ ଖରିଫ ବିପଣନ ଋତୁରେ ରାଜ୍ୟ ସରକାର ସମୁଦାୟ ୭୦ ଲକ୍ଷ ୫୬ ହଜାର ମେଟ୍ରିକ୍ ଟନ୍ ଖରିଫ ଓ ରବିଧାନ ସଂଗ୍ରହ କରିଥିଲେ । ଏହି କ୍ରମରେ ରାଜ୍ୟରେ ୨୦୨୦ – ୨୧ ବିପଣନ ଋତୁରେ ଅଦ୍ୟାବଧୁ ୭୬ ଲକ୍ଷ ୯୮ ହଜାର ମେଟ୍ରିକ୍ ଟନ୍ ଖରିଫ୍ ଓ ରବିଧାନ ସଂଗ୍ରହ କରାଯାଇଛି , ଯାହାକି ୨୦୧୯ – ୨୦ ଖରିଫ୍ ବିପଣନ ବର୍ଷ ଏବଂ ଚଳିତ ଖରିଫ୍ ବିପଣନ ବର୍ଷର ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ମେଟ୍ରିକ୍ ଟନ୍ ଅଧ୍ୟକ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି । କେଭିଡ୍ ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ଧାନ ବିକ୍ରି କରିପାରିବେ ସେଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି ।

ଚଳିତ ରବିଧାନ ବିକ୍ରି କରିବା ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୬୦୧ ଚାଷୀ ଅନ୍‌ଲାଇନ୍‌ରେ ସେମାନଙ୍କ ନାମ ଫଜୀକୃତ କରିଥିବାବେଳେ ୨ , ୨୩ , ୫୮୯ ଜଣ ଚାଷୀଙ୍କ ଜମିଜମା ରେକର୍ଡ , ବ୍ୟାଙ୍କ ଆକାଉଣ୍ଟ ଆଦି ଯାଞ୍ଚ କରାଯାଇଛି । ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ୮୮ ପ୍ରତିଶତ ଚାଷୀ ଆଗୁଆ ଟୋକେନ୍ ମାଧ୍ୟମରେ ଧାନ ବିକ୍ରି କରିସାରିଛନ୍ତି । ଅଦ୍ୟାବଧ ରାଜ୍ୟର ୧୭ଟି ଜିଲ୍ଲାର ୧ ଲକ୍ଷ ୯୮ ହଜାର ୧୭୭ ଜଣ ଯାଞ୍ଚ କରାଯାଇଥିବା ଫଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି । ୧୦୨୫ ଟି ଧାନ ସଂଗ୍ରହ କେନ୍ଦ୍ରରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨ ହଜାର ୬୨୫ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟର ରବିଧାନ ସଂଗ୍ରହ କରାଯାଇଛି ।

ଅଧିକ ରବିଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୫ ଲକ୍ଷ ୧୦ ହଜାର ୨୮ ମେଟ୍ରିକ୍ ଟନ୍ , କଳାହାଣ୍ଡିରେ ୨ ଲକ୍ଷ ୨୩ ହଜାର ୩୧୩ ମେଟ୍ରିକ୍ ଟନ୍ , ସୁବର୍ଣ୍ଣପୁର ଜିଲ୍ଲାରେ ୨ ଲକ୍ଷ ୨୯ ହଜାର ୨ ମେଟ୍ରିକ୍ ଟନ୍ , ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ୨୮ ହଜାର ୬୭୫ ମେଟ୍ରିକ୍ ଟନ୍ , କୋରାପୁଟରୁ ୧ ଲକ୍ଷ ୨୨ ହଜାର ୨୫୭ ମେଟ୍ରିକ୍ ଟନ୍ , ବାଲେଶ୍ଵର ଜିଲ୍ଲାରୁ ୫୧ ହଜାର ୭୪ ମେଟ୍ରିକ୍ ଟନ୍ ରବିଧାନ ସଂଗ୍ରହ କରାଯାଇଛି । ଚଳିତ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରବିଧାନ ସଂଗ୍ରହ କରାଯିବ ।

Comments are closed.