ବଲିଉଡରେ ପ୍ରଶଂସା ସାଉଁଟିଲା ଓଡିଶା- ମୋ ପରିବାର

ବ୍ରହ୍ମପୁର: ଗତ ମେ ୬ ତାରିଖରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓଡ଼ିଶା – ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କୁ ଟେଲିଫୋନ କରି ଜଣାଇଲେ ଯେ , ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ ସଙ୍ଗୀତା ଭୂୟାଁ ବ୍ରହ୍ମପୁର ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ୪-୫ ଘଣ୍ଟା ବିତିଯାଇଥିଲେ ହେଁ ସେଠାରୁ ତାଙ୍କର କୌଣସି ଖବର ଆସିନଥିଲା ଏବଂ ସେଥିପାଇଁ ଅକ୍ଷୟ କୁମାର ବ୍ୟସ୍ତ ହୋଇ ବିଭିନ୍ନ ପଦସ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ।

ଏହାପରେ ଓଡ଼ିଶା – ମୋ ପରିବାର ଆବାହକ , ଗଂଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ସୁବାଷ ମହାରଣାଙ୍କ ସହିତ ଯୋଗାଯୋଗ କରି ଏହି ବିଷୟରେ ଅବଗତ କରାଇଥିଲେ । ଶ୍ରୀ ମହାରଣା ତୁରନ୍ତ ବ୍ରହ୍ମପୁର ମେଡିକାଲକୁ ଯାଇ ଶ୍ରୀମତୀ ଭୂୟାଁଙ୍କୁ ଠାବ କରି ଯଥା ସମ୍ଭବ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଇଦେଇଥିଲେ । ପରେ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସଂପାଦନା ହୋଇଥିଲା ବୋଲି ଅକ୍ଷୟ କୁମାରଙ୍କୁ ଏହି ବିଷୟରେ ଜଣାଇ ଦିଆଯାଇଥିଲା ।

ସୁବାଷ ମହାରଣାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଏହି ସଠିକ ଏବଂ ତ୍ବରିତ ପଦକ୍ଷେପରେ ପ୍ରଭାବିତ ହୋଇ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ଭାବପ୍ରବଣତା କୃତଜ୍ଞତା ପତ୍ର ପଠାଇଛନ୍ତି ।

Comments are closed.