ରାଜ୍ୟରେ ଆଜିଠୁ କ୍ୟାଂପେନ ମୋଡରେ ଟିକାକରଣ : ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ

ଭୁବନେଶ୍ୱର- ଆଜିଠୁ ରାଜ୍ୟରେ କ୍ୟାଂପେନ ମୋଡରେ ହେବ ଟିକାକରଣ । ଦେନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରତି ବ୍ଲକ ଓ ବିଜ୍ଞପିତ ଅଂଚଳ ପରିଷଦର ୫ଟି କେନ୍ଦ୍ରରେ ହେବ ଟିକାକରଣ । ପୌର ପରିଷଦର ୧୦ଟି କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯିବ । ମହାନଗର ନିଗମର ୨୦ଟି କେନ୍ଦ୍ରରେ ହେବ ଟିକାକରଣ । ରାଜ୍ୟ ଆଣିଥିବା ଏବଂ କେନ୍ଦ୍ର ଯୋଗାଇଥିବା ଟିକା ଲୋକଙ୍କୁ ଦିଆଯିବ । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁସାରେ ରାଜ୍ୟରେ ହେବ ଟିକାକରଣ ।

Comments are closed.