କରୋନା ଅପଡେଟ୍‌: ୮୮ ଦିନ ପରେ ସବୁଠୁ କମ୍ ମାମଲା, ଆଉ ୫୩,୨୫୬ ସଂକ୍ରମିତ ଚିହ୍ନଟ, ୧୪୨୨ ମୃତ

ନୂଆଦିଲ୍ଲୀ: ୮୮ ଦିନ ପରେ ଭାରତରେ ସବୁଠୁ କମ୍ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୩,୨୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ୧୪୨୨ ଜଣଙ୍କର ମୃତ୍ୟୁ ହୋଇଛି । କୋଭିଡ୍‌-୧୯ରୁ ପୁଣି ୭୮,୧୯୦ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ରେ ପହଞ୍ଚିଛି । ଏଯାବତ୍ ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ଜଣ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୮୮ ହଜାର ୧୩୫ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ଏବେ ମୋଟ ସକ୍ରିୟ ମାମଲା ୭ ଲକ୍ଷ ୨ହଜାର ୮୮୭କୁ ଖସିଛି ।

ଭାରତରେ କୋଭିଡ୍ ମୃତ୍ୟୁ ହାର ୧.୨୯ ପ୍ରତିଶତକୁ ଖସିଥିବା ବେଳେ ଆରୋଗ୍ୟ ହାର ୯୬ ପ୍ରତିଶତ ଅଛି । ସକ୍ରିୟ ମାମଲା ମଧ୍ୟ ୩ ପ୍ରତିଶତ ତଳକୁ ଖସିଛି ।

ଦେଶରେ ଜୁନ୍ ୨୦ ସୁଦ୍ଧା ୨୮ କୋଟି କରୋନା ଟିକା ଡୋଜ୍ ଦିଆଯାଇଛି । ଗତକାଲି ସାରା ଦେଶଷର ଅଶଉ ୩୦ ଲକ୍ଷ ୩୯ ହଜାର ଟିକା ଦିଆଯାଇଥିଲା ।

Comments are closed.