ବାଲେଶ୍ୱର: ରଥ ନିର୍ମାଣ ବେଳେ ଚଢ଼ାଉ, ୮ କାରିଗର ଅଟକ

ବାଲେଶ୍ୱର: ପରମ୍ପରାକୁ ବଜାୟ ରଖିବା ଲାଗି କେବଳ ପୁରୀରେ ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । ବାରମ୍ବାର ବାରଣ କରିବା ସତ୍ତ୍ୱେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଥିଲା । ତେବେ ସେଠାରେ ଚଢ଼ାଉ କରିଛି ପ୍ରଶାସନ । ଜିଲ୍ଲାପାଳ, ତହସିଲଦାର ଓ ନୀଳଗିରି ପୋଲିସ ମିଳିତ ଭାବରେ ଚଢ଼ାଉ କରିଛନ୍ତି । ରଥ ନିର୍ମାଣ କରୁଥିବା ୮ଜଣ କାରିଗରଙ୍କୁ ଅଟକ ରଖାଯାଇଛି । ଏହାସହ ରଥ ନିର୍ମାଣ ସମାଗ୍ରୀକୁ ମଧ୍ୟ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ହରିଶ୍ ଚନ୍ଦ୍ର ଜେନା ।

Comments are closed.