କୋଭିଡ ଟିକାକରଣରେ ମାଇଲଖୁଂଟ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଆଉ ପାଦେ ଆଗେଇଛି ଓଡିଶା । ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି ଓଡିଶା । ରାଜ୍ୟରେ ଏକ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇଛି । ଏଥିରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋରୋନା ଯୋଦ୍ଧା ମଧ୍ୟ ଅଛନ୍ତି । ଏଭଳି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟସେବା କର୍ମୀଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି । ଜୀବନ ବଂଚାଇବା ପାଇଁ ତତ୍ପରତାର ସହ ଟିକାକରଣ ପ୍ରକ୍ରିୟାକୁ ସେମାନେ ନିଶ୍ଚିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି । ଏ ବର୍ଷ ୧୬ ଜାନୁଆରୀରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା ।

Comments are closed.