ଶିକ୍ଷକଙ୍କଠାରୁ ଲାଂଚ ନେଲାବେଳେ ଆସ୍କା ସବ୍ ଟ୍ରେଜେରୀ ଅଫିସରେ ଦୁଇ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର- ଜଣେ ଶିକ୍ଷକଙ୍କ ଏରିଅର ସାଲାରି ବିଲ୍ ପ୍ରସ୍ତୁତ ପାଇଁ ଲାଂଚ ଗ୍ରହଣ କରୁଥିବା ବେଳେ ଆସ୍କା ସବ୍ ଟ୍ରେଜେରି ଅଫିସ ପରିସରରେ ଦୁଇ ଜଣଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁସାରେ ଧରାକୋଟ ଏସ.ଆର୍ ହାଇସ୍କୁଲର ସହକାରୀ ଶିକ୍ଷକ ଗୋପାଳକୃଷ୍ଣ ଦଳବେହେରାଙ୍କ ଏରିଅର ସାଲାରି ବିଲ୍ ପ୍ରସ୍ତୁତ କରିବା ପାଇଁ ସେହି ସ୍କୁଲର କନିଷ୍ଠ କିରାଣୀ ସୁଶାନ୍ତ କୁମାର ମିଶ୍ର ଓ ଆସ୍କା ସବଟ୍ରେଜେରି ଅଫିସ୍‌ର ଅବସରପ୍ରାପ୍ତ ପିଅନ କାଶୀନାଥ ପଣ୍ଡା ୫ ହଜାର ଟଙ୍କା ଦାବି କରିଥିଲେ । ଶିକ୍ଷକ ଗୋପାଳକୃଷ୍ଣଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଲାଂଚ ମାଗୁଥିବା ଦୁଇକର୍ମଚାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ୫ ହଜାର ଟଙ୍କା ଜବତ କରାଯାଇଛି । ଏହାଛଡା ପିତ୍ତଳ ସ୍ଥିତ ଦୁଇ ଅଭିଯୁକ୍ତଙ୍କ ଘର ବି ଖାନତଲାସୀ କରାଯାଇଥିବା ବ୍ରହ୍ମପୁର ଡିଭିଜନ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

Comments are closed.