ବୁର୍ଲା ଭୀମସାରରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟକାମ ଚୂଡାନ୍ତ, ସପ୍ତାହେ ମଧ୍ୟରେ କାର୍ଯ୍ୟ କରିବ

ସମ୍ବଲପୁର: ସମ୍ବଲପୁର ସମେତ ସମଗ୍ର ପଂଚିମ ଓଡିଶାରେ କରୋନା କାବୁକୁ ଆସି ସାରିଛି । ହେଲେ ତ୍ରୁତୀୟ ଲହର ପାଇଁ ବି ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଭଳି ସ୍ଥିତିରେ ବୁର୍ଲା ମେଡିକାଲରେ ପିଏସଏ ଅକ୍ସିଜେନ୍ ସ୍ଥାପନ କାମ ଇତିମଧ୍ୟରେ ଚୂଡାନ୍ତ ହୋଇଛି । ଆସନ୍ତା ସପ୍ତାହେ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି ।

ଦୁଇ ସପ୍ତାହ ତଳେ ବୁର୍ଲା ସମେତ ରାଜ୍ଯର ୭ଟି ସ୍ଥାନରେ ଶିଳାନ୍ଯାସ ହୋଇଥିଲା ପିଏସଏ ଅକ୍ସିଜେନ ପ୍ଲାଣ୍ଟ । ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ ୨ରେ ଏହାକୁ ଭର୍ଚୁଆଲ ମାଧ୍ଯମରେ ଶିଳାନ୍ଯାସ କରିଥିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଭୀମସାର କୋଭିଡ ହସ୍ପିଟାଲରେ ୨ରେ ଶିଳାନ୍ଯାସ ହୋଇଥିବା ଏହି ପ୍ରକଳ୍ପରେ ୧୩ KL( କିଲୋଲିଟର)ର ଦୁଇଟି ୟୁନିଟ ରହିବ । ଏହା ସହ ୬୦୦ LPM ର ବଣ୍ଟନ ଓ ଉତ୍ପାଦନ ପାଇଁ ପିଏସଏ ପ୍ଲାଣ୍ଟର ମଧ୍ଯ ଶିଳାନ୍ଯାସ ହୋଇଥିବା ବେଳେ ଇତିମଧ୍ୟରେ ଏହାର ନିର୍ମାଣ ଶେଷ ହୋଇଛି ।

ତେବେ ଏହି ୬୦୦ ପିଏସଏ ବିଶିଷ୍ଟ ପ୍ଲାଣ୍ଟ କୋଭିଡ ହସ୍ପିଟାଲ ୨ ରେ ବସି ସାରିଥିବା ବେଳେ ଏହା ଆଉ କିଛିଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ତେବେ ପ୍ରତି ମିନିଟ ରେ ଏହି ପ୍ଲାଣ୍ଟ ରୁ ୬୦୦ ଲିଟର ଅକ୍ସିଜେନ ଯୋଗାଇବ । ଯଦି ଏହା ଆଇସିୟୁ କୁ ସଂଯୋଗ ହେବ ତେବେ ପ୍ରାୟ ୩୦ ଟି ବେଡ଼ କୁ ଏବଂ ଯଦି ସାଧାରଣ ୱାର୍ଡ କୁ ସଂଯୋଗ କରିବ ତେବ ୧୦୦ ଟି ବେଡ଼ କୁ ଅକ୍ସିଜେନ ଯୋଗେଇ ପାରିବ ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

Comments are closed.