ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ତଳକୁ ଖସିଲା

ଭୁବନେଶ୍ୱର – ରାଜ୍ୟରେ ୩ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ୯୫୭ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୬୯୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୫୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୮, କଟକରୁ ୨୭୨, ଯାଜପୁରରୁ ୨୬୦, ବାଲେଶ୍ୱରରୁ ୨୪୭, ପୁରୀରୁ ୨୧୯, ଭଦ୍ରକକୁ ୧୯୨, ମୟୂରଭଞ୍ଜରୁ ୧୩୫, କେନ୍ଦ୍ରାପଡାରୁ ୧୧୬, ନୟାଗଡରୁ ୧୧୨, ଅନୁଗୁଳରୁ ୧୧୦ ଓ ଜଗତସିଂହପୁରରୁ ୧୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ୧୮ଟି ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ଦୈନିକ କୋରୋନା ସଂକ୍ରମଣ ଦୁଇ ଅଙ୍କରେ ଓ ଗୋଟିଏ ଜିଲ୍ଲାରେ ଏକ ଅଙ୍କରେ ରହିଛି । ରାୟଗଡାରୁ ୬୩, କୋରାପୁଟରୁ ୬୦, ସୁନ୍ଦରଗଡରୁ ୫୮, କେନ୍ଦୁଝରରୁ ୫୭, ମାଲକାନଗିରିରୁ ୫୬, କନ୍ଧମାଳରୁ ୫୧, ବୌଦ୍ଧରୁ ୪୭, ନବରଙ୍ଗପୁରରୁ ୪୫, ଢେଙ୍କାନାଳରୁ ୪୨, ବରଗଡରୁ ୪୧, କଳାହାଣ୍ଡିରୁ ୩୮, ବଲାଙ୍ଗିରରୁ ୩୭, ସମ୍ବଲପୁରରୁ ୨୮, ସୋନପୁରରୁ ୨୫, ଗଜପତିରୁ ୨୪, ଗଞ୍ଜାମରୁ ୧୮, ଦେବଗଡରୁ ୧୦, ନୂଆପଡାରୁ ୧୦, ଝାରସୁଗୁଡାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ୮ ଲକ୍ଷ ୮୩ ହଜାର ୪୯୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୪ ହଜାର ୮୦୧ । ୩୪ ହଜାର ୯୬୫ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.