କଟକଣା କୋହଳ ହେଲେ, କମ୍ୟୁନିଟିର ସାହାଯ୍ୟ ଦରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଭୂତାଣୁକୁ ଦୂରେଇବା ପାଇଁ ଟିକା ନେବା ନିହାତି ଦରକାର । ନିର୍ଦ୍ଦିଷ୍ଟ ଭାବରେ କୌଣସି ବୟସର ଲୋକଙ୍କୁ ସଂକ୍ରମଣ ହେଉନାହିଁ । ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ସଂକ୍ରମିତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

କଟକଣା ଯେତେବେଳେ କୋହଳ ହେଉଛି, ସେତେବେଳେ କମ୍ୟୁନିଟିର ସାହାଯ୍ୟ ଦରକାର ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତୃତୀୟ ଲହରୀ ଆସୁ କି ନ ଆସୁ ଟିକାକରଣ ପ୍ରଭାବୀ ଭାବେ କରାଯିବ ଓ ସର୍ଭେଲାନ୍ସ ଜାରି ରହିବ । ତୃତୀୟ ଲହରୀର ପ୍ରଭାବ କଣ ରହିବ, ତାହା ଏବେଠୁ କହି ହେବ ନାହିଁ । ସଂକ୍ରମଣ କ୍ରମାଗତ ହ୍ରାସ ପାଉଥିଲେ ବି ଢିଲା ନ ହେବା ଉଚିତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.