ବୀରେନ୍ଦ୍ର ଲାକ୍ରା ଭାରତୀୟ ଅଲିମ୍ପିକ୍ସ ହକି ଦଳର ଉପଅଧିନାୟକ

ବେଙ୍ଗଳୁରୁ – ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଓଡିଶାର ବୀରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ଉଭୟଙ୍କୁ ଦିଆଯାଇଛି ଦଳର ଉପଅଧିନାୟକ ଦାୟିତ୍ୱ । ଦଳର ନେତୃତ୍ୱ ନେବେ ମନପ୍ରୀତ ସିଂହ । ଏଠାରେ ସୂଚନାଯୋଗ୍ୟରେ ଭାରତୀୟ ପୁରୁଷ ଅଲିମ୍ପିକ୍ସ ହକି ଦଳରେ ଓଡିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ହିଁ ସ୍ଥାନ ପାଇଛନ୍ତି । ମହିଳା ହକି ଦଳରେ ଏକମାତ୍ର ଓଡିଆ ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି । ଦୀପଗ୍ରେସ ଏକ୍କାଙ୍କୁ ମଧ୍ୟ ମହିଳା ଦଳର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।

Comments are closed.