ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ମହିଳା ଅଲିମ୍ପିକ୍‌ସ ହକି ଦଳର ଏକମାତ୍ର ଓଡିଆ ସଦସ୍ୟ ଦୀପଗ୍ରେସ ଏକ୍କାଙ୍କୁ ଉପଅଧିନାୟକ କରାଯାଇଛି । ସେହିପରି ବୀରେନ୍ଦ୍ର ଲାକ୍ରାଙ୍କୁ ମଧ୍ୟ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରାଙ୍କ ସମେତ ଅମିତ ରୋହିଦାସ ମଧ୍ୟ ସ୍ଥାନ ପାଇଛନ୍ତି ।

Comments are closed.