ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ଓ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କୋଭିଡ୍ ଆକ୍ରାନ୍ତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ କରାଯାଇଛି ।

ଫାଉଣ୍ଡେସନ୍ ଓ ବ୍ୟାଙ୍କ ତରଫରୁ ଓଡ଼ିଶା ଜୋନର ମୁଖ୍ୟ ପ୍ରଦୋଷ ରଞ୍ଜନ ରାଉତ , ଆଞ୍ଚଳିକ ମୁଖ୍ୟ , ସରକାରୀ ବ୍ୟାଙ୍କି , ଓଡ଼ିଶା ଅରୂପ କୁମାର ମହାପାତ୍ର ଓ ଅରୁଣ କୁମାର ମିଶ୍ର ଏହି ଉପକରଣକୁ ପ୍ରଦାନ କରିଥିଲେ । କୋଭିଡ୍ ଚିକିତ୍ସା ନିମନ୍ତେ ପଶ୍ଚିମ ଓଡ଼ିଶାର ବହୁଳ ଭାବେ ପ୍ରଭାବିତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ଏହି କନସେନଟ୍ରେଟରଗୁଡିକୁ ପଠାଇ ଦିଆଯିବ । ପ୍ରତି ଅକ୍ସିଜେନ୍ କନସେନଟ୍ରେଟର ୧୦ଲିଟର କ୍ଷମତା ବିଶିଷ୍ଟ ଏବଂ ଏଗୁଡ଼ିକୁ ହସ୍‌ପିଟାଲ୍‌ଗୁଡ଼ିକରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି । ଆଗକୁ ବ୍ୟାଙ୍କ ତରଫରୁ ଏପରି ଅଧିକ ଉପକରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଉତ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ପ୍ରମୋଦ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Comments are closed.