ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୩୪୫୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୫୬ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୯୭୩ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୪୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୪୯୯ ଆକ୍ରାନ୍ତ । କଟକରୁ ୪୮୦, ପୁରୀରୁ ୨୮୯, ଯାଜପୁରରୁ ୨୬୭, ଭଦ୍ରକରୁ ୧୯୪, ମୟୂରଭଞ୍ଜରୁ ୧୮୦ ବାଲେଶ୍ୱରରୁ ୧୭୪, କେନ୍ଦ୍ରାପଡାରୁ ୧୪୭, ନୟାଗଡରୁ ୧୨୬, ଅନୁଗୁଳରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡରୁ ୯୦, ମାଲକାନଗିରିରୁ ୮୨, ଜଗତସିଂହପୁରରୁ ୮୧, କୋରାପୁଟରୁ ୮୧, କେନ୍ଦୁଝରରୁ ୭୩, ବରଗଡରୁ ୬୯, ଢେଙ୍କାନାଳରୁ ୫୭, ରାୟଗଡାରୁ ୫୬, ସୋନପୁରରୁ ୪୩, ନବରଙ୍ଗପୁରରୁ ୪୨, ସମ୍ବଲପୁରରୁ ୩୯, କନ୍ଧମାଳରୁ ୩୧, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୨୫, କଳାହାଣ୍ଡିରୁ ୨୧, ଝାରସୁଗୁଡାରୁ ୨୦, ଗଞ୍ଜାମରୁ ୧୯, ଗଜପତିରୁ ୧୭, ନୂଆପଡାରୁ ୧୬, ଦେବଗଡରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬କୁ ବୃଦ୍ଧି ପାଇଛି । ଏଥିରୁ ୮ ଲକ୍ଷ ୪୮ ହଜାର ୯୬୦ ସୁସ୍ଥ ହୋଇସାରିଛନ୍ତି । ୩୪ ହଜାର ୨୧୬ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

Comments are closed.