ଘୁର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ଜାରି

ଭୁବନେଶ୍ୱର- ଘୁର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ୧୮ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପୁରୀ, କେନ୍ଦ୍ରାପଡା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । ୧୪ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ରାୟଗଡା, ନୂଆପଡା,କଳାହାଣ୍ଡି, ନବରଙ୍ଗପୁରରେ ବର୍ଷା ହେବ ।

Comments are closed.