କରୋନା ଅପଡେଟ୍‌: ତିନି କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୫୦ ଦିନରେ ଆସିଛି କୋଟିଏ ମାମଲା

ନୂଆଦିଲ୍ଲୀ: ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ତିନି କୋଟି ଟପିଛି । ଆମେରିକା ପରେ ତିନି କୋଟିରୁ ଊର୍ଦ୍ଧ୍ୱ ମାମଲା ରେକର୍ଡ କରିବାରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଗତ ୫୦ ଦିନରେ ହିଁ ଭାରତରେ କୋଟିଏରୁ ଊର୍ଦ୍ଧ୍ୱ ମାମଲା ରିପୋର୍ଟ କରାଯାଇଛି । ମେ ୩ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ କୋଟି ଛୁଇଁଥିଲା । ସେତେବେଳକୁ ଦେଶରେ ଦ୍ୱିତୀୟ ଲହରୀ ସଂକ୍ରମଣ ଶୀର୍ଷରେ ଥିଲା ।

ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୦,୮୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀରେ ଆଉ ୧୩୫୮ ଲୋକଙ୍କ ମୃତ୍ୟୁ ହୋଇଛି । ଦିନକରେ ୬୮,୮୧୭ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି କୋଟି ୨୮ ହଜାର ୭୦୯ରେ ପହଞ୍ଚିଛି । ଏଯାବତ୍ ୨ କୋଟି ୮୯ ୯୪ ହଜାର ୮୫୫ ଲୋକ ସୁସ୍ଥ ହୋଇଥିବା ବେଳେ ମୋଟ ୩ ଲକ୍ଷ ୯୦ ହଜାର ୬୬୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ୬ ଲକ୍ଷ ୪୩ ହଜାର ୧୯୪ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.