ଡେଲଟା ପ୍ଲସ ଭେରିଏଂଟ ବାବଦରେ ଅଧିକ ଅନୁଧ୍ୟାନ ଚାଲିଛି : ଡିଏମଇଟି

ଭୁବନେଶ୍ୱର- ଡେଲଟା ପ୍ଲସ୍ ଭେରିଏଂଟକୁ ନେଇ ଅଧିକ ଅନୁଧ୍ୟାନ ଚାଲିଛି । ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ କଣ ପ୍ରଭାବ ରହିବ ସେ ନେଇ ବି ଅନୁଧ୍ୟାନ କରାଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ସେ କହିଛନ୍ତି ଯେ, କିଛି ଦେଶରେ ଡେଲଟା ପ୍ଲସ ଭେରିଏଂଟ ଦେଖାଦେଇଛି । ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିଛନ୍ତି । ବିଶ୍ୱରେ ଏ ଯାଏ ମାତ୍ର ୨୦୦ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାତ୍ର ୨୦୦ ସାମ୍ପଲ୍ ଅନୁଧ୍ୟାନ କରି ନିର୍ଣ୍ଣାୟକ ସୂଚନା ଦେଇ ହେବ ନାହିଁ ବୋଲି ଡିଏମଇଟି କହିଛନ୍ତି ।

Comments are closed.