ଟିକାକରଣ କେନ୍ଦ୍ରରେ ଫଟୋ ପ୍ରସଙ୍ଗରେ ବିଜେପିର ରାଜନୀତିକୁ ବିଜେଡିର କଡା ସମାଲୋଚନା

ଭୁବନେଶ୍ୱର- ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲାଗିବା ପ୍ରସଙ୍ଗରେ ବିଜେପିର ରାଜନୀତିକୁ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର କଡା ସମାଲୋଚନା କରିଛନ୍ତି ।

ଏ ନେଇ ସେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟ୍ୱିଟର କଡା ଜବାବ ଦେଇଛନ୍ତି । ସସ୍ମିତ କହିଛନ୍ତି ଯେ, ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି । ପ୍ରତି ରାଜନୈତିକ ଦଳ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିଥିଲେ ମଧ୍ୟ ବିଜେଡି ଏଥିରୁ ବିରତ ରହିଛି । ବିଜେଡି କେବେ ବି ଏହାକୁ ନେଇ ରାଜନୀତି କରିବାକୁ ଚାହିଁନାହିଁ । ଟିକାକରଣ ଏକ ଜାତୀୟ କାର୍ଯ୍ୟକ୍ରମ । ସସ୍ମିତ ସ୍ପଷ୍ଟ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଫଟୋ କୋଭିଡ ନିୟମ ମାନିବା ପାଇଁ ଚାରିଆଡେ ଲାଗିଛି । କୋଭିଟ ଟିକାକରଣ ସହିତ ଏହାର ସଂପର୍କ ନାହିଁ ।ଏହା ଉପରେ ରାଜନୀତି କରିବା ଲଜ୍ଜାଜନକ ବୋଲି ସସ୍ମିତ କହିଛନ୍ତି ।

Comments are closed.