ଆନ୍ତର୍ଜାତିକ ଅଲିମ୍ପିକ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଆନ୍ତର୍ଜାତିକ ଅଲିମ୍ପକ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ମାନ ରଖିଥିବା ସବୁ ଅଲିମ୍ପିଆନଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ଅଲିମ୍ପିକ କ୍ରୀଡା ପାଇଁ ଭାଗ ନେଉଥିବା ଭାରତର ସବୁ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । କ୍ରୀଡାରେ ଦେଶକୁ ଗୌରବାନ୍ୱିତ କରିବା ପାଇଁ ଓଡିଶା ବିଶ୍ୱସ୍ତରୀୟ ସ୍ପୋର୍ଟସ୍ ଇକୋସିଷ୍ଟମ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Comments are closed.