ନକଲି ଔଷଧ କାରବାର ଘଟଣାରେ ତିନି ଗିରଫ

ଭୁବନେଶ୍ୱର- ରାଜ୍ୟରେ ନକଲି ଔଷଧ କାରବାର ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ଏସଟିଏଫ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମେଡିସିନ କଂପାନି ନିର୍ଦ୍ଦେଶକ ଅଛନ୍ତି । ଏଥିସହ ଏସଟିଏଉ ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଆକାଉଂଟ ଜବତ କରିଛି ବୋଲି ଏଡିଜି, ଆଇନ ଶୃଙ୍ଖଳା ଯଶୱନ୍ତ ଜେଠୱା ସୂଚନା ଦେଇଛନ୍ତି । ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । କଟକ ସମେତ ରାଜ୍ୟର କିଛି ସ୍ଥାନରେ ନକଲି ଔଷଧ କାରବାର ଘଟଣା ପଦାକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ତଦନ୍ତଭାର କ୍ରାଇମବ୍ରାଂଚକୁ ଦେଇଥିଲେ ।

Comments are closed.