ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି

ପୁରୀ- ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜା ଦିବ୍ୟସିଂହ ଦେବ । କୋଭିଡ ନିୟମ ଅନୁପାଳନ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଗଜପତି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି ଗଜପତି ମହାରାଜା । ମହାରାଜା ଛେରା ପହଁରା ନ କଲେ ପରମ୍ପରା ଅନୁସାରେ ମୁଦିରସ୍ତ କରିବେ ଛେରା ପହଁରା । ଗତବର୍ଷ ମଧ୍ୟ ଛେରା ପହଁରା କରି ନ ଥିଲେ ଗଜପତି ।

Comments are closed.