ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ଚିନ୍ତା ବଢାଉଛି ଖୋର୍ଦ୍ଧା,କଟକ ଓ ଯାଜପୁର ଜିଲ୍ଲା

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୬୫୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୯୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୫୨ ଆକ୍ରାନ୍ତ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬କୁ ବୃଦ୍ଧି ହୋଇଥିବା ବେଳେ ଏ ଯାଏ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୫୩ ହଜାର ୧୨ ଜଣ ରୋଗୀ । ୩୩ ହଜାର ୭୭୦ ରୋଗୀ ଏବେ ବି ଚିକିତ୍ସାଧୀନ ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪, କଟକରୁ ୪୮୫, ଯାଜପୁରରୁ ୩୩୨, ବାଲେଶ୍ୱରରୁ ୨୭୮, ପୁରୀରୁ ୧୮୭, ଭଦ୍ରକରୁ ୧୭୦, ମୟୂରଭଞ୍ଜରୁ ୧୪୫, ଜଗତସିଂହପୁରରୁ ୧୩୮, ନୟାଗଡରୁ ୧୨୨, ଅନୁଗୁଳରୁ ୧୧୨, ଢେଙ୍କାନାଳରୁ ୧୧୦, ସୁନ୍ଦରଗଡରୁ ୧୦୬, ରାୟଗଡାରୁ ୧୦୬, କେନ୍ଦ୍ରାପଡାରୁ ୧୦୬, କୋରାପୁଟରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରୁ ୬୯, ମାଲକାନଗିରିରୁ ୬୭, କେନ୍ଦୁଝରରୁ ୬୮, ବରଗଡରୁ ୪୫, ବୌଦ୍ଧରୁ ୪୧, ସମ୍ବଲପୁରରୁ ୩୫, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୬, ସୋନପୁରରୁ ୨୨, ବଲାଙ୍ଗୀରରୁ ୧୬, ଗଞ୍ଜାମରୁ ୧୪, ନୂଆପଡାରୁ ୧୦, ଝାରସୁଗୁଡାରୁ ୮, ଗଜପତିରୁ ୮, ଦେବଗଡରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.