ଭୁବନେଶ୍ୱର- ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି । ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଂଚ ଏଡିଜି ଦାୟିତ୍ୱ ଦିଆଯାଇଛି । ସେ ପୋଲିସ ଗୃହ ନିର୍ମାଣ ନିଗମ ବିଭାଗର ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ । ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ କରାଯାଇଛି । ଏହି ପଦବୀରେ ପୂର୍ବରୁ ଥିବା ଆର.କେ ଶର୍ମାଙ୍କୁ ଆଇନ ଶୃଙ୍ଖଳା ଏଡିଜି କରାଯାଇଛି । ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଦାୟିତ୍ୱ ଦିଆଯାଇଛି ।
Comments are closed.