ରାଜଧାନୀର ୧ ନମ୍ବର ହାଟ ଜୁଲାଇ ପହିଲା ଯାଏ ସିଲ୍

ଭୁବନେଶ୍ୱର- କୋଭିଡ ନିୟମ ଉଲ୍ଲଂଘନ ଯୋଗୁଁ ରାଜଧାନୀର ୧ ନମ୍ବର ହାଟକୁ ସିଲ୍ କରିଦିଆଯାଇଛି । ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ୨୩ ତାରିଖରେ ୧ ନମ୍ବର ହାଟରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଜୁଲାଇ ୧ ତାରିଖ ଯାଏ ୧ ନମ୍ବର ହାଟରେ ସମସ୍ତ ହୋଲସେଲ୍ ଓ ଖୁଚୁରା ଦୋକାନ ବନ୍ଦ ରହିବ ବୋଲି ବିଏମସି ସୂଚନା ଦେଇଛି ।

Comments are closed.