କୋଭିଡ ନିୟମ କଡାକଡି ପ୍ରବର୍ତ୍ତନ ପାଇଁ କମିଶନରେଟ ପୋଲିସର ଅଭିଯାନ

ଭୁବନେଶ୍ୱର – ଭୁବନେଶ୍ୱରରେ କୋଭିଡ କଟକଣା ନିୟମର କଡାକଡି ପାଳନ ପାଇଁ ଜୋରଦାର ଅଭିଯାନ ଆରମ୍ଭ କରିିଛି କମିଶନରେଟ୍ ପୋଲିସ । ବାପୁଜୀ ନଗରରେ ଏକାଧିକ ମୋବାଇଲ୍ ଦୋକାନ ସିଲ୍ କରିଛି ପୋଲିସ । କଟକ-ପୁରୀ ରୋଡରେ ୧୮ଟି ଦୋକାନରେ ତାଲା ପକାଇଛି ପୋଲିସ । ୬ଟି ଜୋନରେ ୪୨ଟି ଦୋକାନ ସିଲ୍ ସହ ଜରିମାନା ଆଦାୟ କରାଯାଇଛି । କିଛି ଦୋକାନ କୋଭିଡ କଟକଣା ପାଳନ ନ କରି ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛନ୍ତି । ତେଣୁ ସେଭଳି ଦୋକାନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୋଲିସ ।

Comments are closed.