କରୋନା ଅପଡେଟ୍‌: ଦେଶରେ ଆଉ ୪୬ ହଜାର ନୂଆ ଆକ୍ରାନ୍ତ, ୭୬ ଦିନ ପରେ ହଜାରେ ତଳେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୪୬,୧୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ଆଉ ୯୭୯ ଜଣ ପ୍ରାଣ ହରାଇଛନ୍ତି । ୭୬ ଦିନ ପରେ ମୃତ୍ୟୁସଂଖ୍ୟା ହଜାରେ ତଳକୁ ଖସିଛି । କୋଭିଡ୍‌-୧୯ରୁ ଆଉ ୫୮,୫୭୮ ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି କୋଟି ୨ ଲକ୍ଷ ୭୯ ହଜାର ୩୩୧ରେ ପହଞ୍ଚିଛି । ଏଯାବତ୍ ୩ ଲକ୍ଷ ୯୬ ହଜାର ୭୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ କୋଟି ୯୩ ଲକ୍ଷ ୯ ହଜାର ୬୦୭ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ୫ ଲକ୍ଷ ୭୨ ହଜାର ୯୯୪ ଚିକିତ୍ସାଧୀନ ରୋଗୀ ଅଛନ୍ତି ।

ଦେଶରେ କୋଭିଡ୍ ଟିକାକରଣ ତ୍ୱାରନ୍ୱିତ ହୋଇଛି । ଗତକାଲି ମୋଟ ୧୭ ଲକ୍ଷ ୨୧ ହଜାର ଟିକା ଡୋଜ୍ ଦିଆଯାଇଥିଲା । ଏଯାବତ୍ ମୋଟ ୩୨ କୋଟି ୩୬ ଲକ୍ଷ ଡୋଜ୍ ଦିଆଯାଇଛି ।

Comments are closed.