କରୋନା ଅପଡେଟ୍‌: ୧୦୨ ଦିନ ପରେ ୪୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ୧୦୨ ଦିନ ପରେ ୪୦ ହଜାରରୁ କମ୍ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୭,୫୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ୯୦୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫୬,୯୯୪ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ତିନି କୋଟି ୩ ଲକ୍ଷ ୧୬ ହଂଜାର ୮୯୭ରେ ପହଞ୍ଚିଛି । ଏଯାବତ୍ ଦେଶରେ ୩ ଲକ୍ଷ ୯୭ ହଜାର ୬୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ୨ କୋଟି ୯୩ ଲକ୍ଷ ୬୬ ହଜାର ୬୦୧ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ୫ ଲକ୍ଷ ୫୨ ହଜାର ୬୫୯ ସକ୍ରିୟ ରୋଗୀ ଅଛନ୍ତି, ଯାହା ମୋଟ ସଂକ୍ରମଣର ୧.୮୨ ପ୍ରତିଶତ ଅଟେ । ଦେଶରେ ପଜିଟିଭିଟି ହାର ୨.୧୨%କୁ ଖସିଛି । କ୍ରମାଗତ ୨୨ ଦିନ ଧରି ପଜିଟିଭିଟି ହାର ୫%ରୁ କମ୍ ରହିଛି । ସପ୍ତାହିକ ସଂକ୍ରମଣ ହାର ସମ୍ପ୍ରତି ୨.୭୪% ରହିଛି । ଦେଶରେ ସୁସ୍ଥ ହାର ୯୬.୮୭%କୁ ବୃଦ୍ଧି ପାଇଛି ।

କୋଭିଡ୍‌-୧୯ ବିରୋଧରେ ଦେଶରେ ଟିକାକରଣ ଜାରି ରହିଛି । ଗତକାଲି ୫୨ ଲକ୍ଷ ୭୬ ହଜାର ୪୫୭ ଟିକା ଡୋଜ୍ ଦିଆଯାଇଛି । ଏଯାବତ୍ ମୋଟ ୩୨ କୋଟି ୯୦ ଲକ୍ଷ ୨୯ ହଜାର ୫୧୦ ଡୋଜ୍ ଦିଆଯାଇଛି ।

Comments are closed.