ରାଜ୍ୟରେ ଆଉ ୪୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୬୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ଭୁବନେଶ୍ୱରର ୫ ରୋଗୀ ଅଛନ୍ତି । ନୟାଗଡ, ପୁରୀରେ ୫ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରେ ୪ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବରଗଡ ଓ ସୁନ୍ଦରଗଡରେ ୩ ଜଣ ଲେଖାଏଁ, ଅନୁୁଗୁଳ, କଟକ ଓ ସମ୍ବଲପୁର ଜିଲ୍ଲାରେ ୨ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର, ଢେଙ୍କାନାଳ, ଯାଜପୁର ଓ ଝାରସୁଗୁଡା, ମୟୂରଭଞ୍ଜ ଓ ନବରଙ୍ଗପୁରରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି ।

Comments are closed.