ଭୁବନେଶ୍ୱର ଏମସକୁ ଆସିଲା ରାଜ୍ୟର ପ୍ରଥମ ଇସିଏମଓ ମେସିନ, ଚଳିତ ମାସ ୧୫ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର- ଅତି ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ବ୍ୟୟବହୁଳ ଇସିଏମଓ ମେସିନ ଭୁବନେଶ୍ୱର ଏମ୍ସରେ ପହଂଚିଛି । ଏହି ମାସ ୧୫ ସୁଦ୍ଧା ଏହି ମେସିନ କାର୍ଯ୍ୟକ୍ଷମ ହେବ । ଜୁନ୍ ୨୯ ତାରିଖରେ ଇସିଏମଓ ମେସିନ ପଂହଚିଥିଲା । ବର୍ତ୍ତମାନ ଏମ୍‌ସରେ ଏହି ମେସିନ ଲଗାଇବା କାମ କାମ ଚାଲିଛି । ଖୁବ୍ ଶୀଘ୍ର ଭୁବନେଶ୍ୱର ଏମ୍‌ସକୁ ଦ୍ୱିତୀୟ ଇସିଏମଓ ମେସିନ ଆସିବ । ଭୁବନେଶ୍ୱର ଏମସ୍ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଏହି ସୂଚନା ଦେଇଛନ୍ତି ।

Comments are closed.